ବିଜେପିରେ ମିଶିବେ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଖୁବ ଶୀଘ୍ର ବିଜେପିରେ ମିଶିବେ। ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ଖବର ଅନୁଯାୟୀ ସସ୍ମିତ କହିଛନ୍ତି ବିଜେଡି କୌଣସି ହିଂସାରେ ବିଶ୍ୱାସ କରେନାହି। କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ଯଦି ହୋଇଥାନ୍ତା ବିଜେଡି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା। ବାଲୁଗାଁ ଚିଲିକାରେ ୮ ସେପ୍ଟେମ୍ବର ୨୦୨୧ ରେ ବିଜେଡିରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ବାଡ଼ଉଥିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଦଳରୁ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଥିଲେ।

ମୁଖ୍ୟମନ୍ତ୍ରୀ ଗୁଣ୍ଡାରାଜ ଓ ବିଶୃଙ୍ଖଳାକୁ ବରଦାସ୍ତ କରନ୍ତି ନାହିଁ। ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଓ ଭାବନା। ଏବେ ବିଜେପିର ଗେହ୍ଲା ପୁଅ ସାଜିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ କ୍ରମେ ଘନ ଘନ ବୈଠକ କରି ବିଜେପିରେ ମିଶିବାକୁ ଯାଉଛନ୍ତି। ଯାହାକୁ ବିଜେଡିରୁ ବହିଷ୍କାର କରାଗଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଆପଣାଉଛନ୍ତି। ଏଭଳି ବ୍ୟକ୍ତିଙ୍କୁ ଆପଣାଇ ଧର୍ମେନ୍ଦ୍ର ପ୍ରଧାନ କ’ଣ ବାର୍ତ୍ତା ଦେବାକୁ ଚାଁହୁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button