ସେପ୍ଟେମ୍ବର ୨୦ରେ ନୂଆଁଖାଇ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି। ରାଶି ନକ୍ଷତ୍ର ଓ ପୂର୍ବ ପରମ୍ପରା ଅନୁସାରେ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀ ତଥା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ନବାନ୍ନ ବିଧି ହେବ।

ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି। ଏହି ସମୟରେ ବଲାଙ୍ଗୀରବାସୀ ନୂଆଁ ଖାଇବେ। ପରମ୍ପରା ରହିଛି ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ। ପରେ ଏହାକୁ ପ୍ରଶାଦ ଭାବେ ସେବନ କରାଯାଇଥାଏ। ପାଟଣେଶ୍ୱରୀ ଓ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ବାହାରିଥାଏ ଲଗ୍ନ।

Leave a Reply

Your email address will not be published. Required fields are marked *

Back to top button