ରୁଷ ସହ ଯୁଦ୍ଧ ହେବ କହିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

କିଭ୍‌ : ୨୦୧୪ର ପ୍ରତିଶୋଧ ନିଆଁରେ ଜଳୁଥିବା ୟୁକ୍ରେନ କୌଣସି ମୁହୂର୍ତ୍ତରେ ରୁଷ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏହା ପୂର୍ବରୁ ଜେଲେନସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭଲୋଦିମର ଜେଲେନସ୍କି।

ରୁଷ ୨୦୧୪ରେ ୟୁକ୍ରେନର କ୍ରିମେନ୍‌ ଉପଦ୍ୱୀପକୁ ଅଧିକାର କରିବା ସହ ସେଠାକାର ବିଚ୍ଛିନତାବାଦୀଙ୍କୁ ସମର୍ଥନ ଦେଇଥିଲା। ଏହା ବିରୋଧ​‌ରେ ରୁଷ ସହ ବାସ୍ତବରେ ୟୁକ୍ରେନ ଯୁଦ୍ଧ କରିବାକୁ ଚାହୁଁଛି କି ବୋଲି ୟେସ୍‌ ସମ୍ମଳନୀରେ ଜେଲେନସ୍କିଙ୍କୁ ପଚରାଯାଇଥିଲା। ସେ କହିଛନ୍ତି ମୋତେ ଲାଗୁଛି ଏମିତି ହୋଇପାରେ। ଏହା ଏକ ସବୁଠୁ ଖରାପ କଥା ଏହା ହୋଇପାରେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯୁଦ୍ଧ ହେବାର ସମ୍ଭାବନା ରହିଛି। ୨୦୧୪ରେ ପୂର୍ବ ୟୁକ୍ରେନରେ ରୁଷ ସୃଷ୍ଟି କରିଥିବା ବିବାଦ ପାଇଁ ଏବେ ସୁଦ୍ଧା ୧୪୦୦୦ ଜୀବନ ଯାଇଛି ବୋଲି ସେ କହିଛନ୍ତି। ଆମେରିକା ସହିତ ସମ୍ପର୍କ ଭଲ ରହିଛି। କିନ୍ତୁ ନାଟୋରେ ସୈନ୍ୟ ମେଣ୍ଟରେ ସାମିଲ ନେଇ କରାଯାଇଥିବା ଅନୁରୋଧର ସ୍ପଷ୍ଟ ଉତ୍ତର ଏଯାଏ ମିଳିପାରିଲା ନାହିଁ। କାରଣ ଏହି ନିଷ୍ପତ୍ତି ମସ୍କୋକୁ ବିଚଳିତ କରିବ ବୋଲି ୟୁକ୍ରେନ୍‌ ପ୍ରେସିଡେଣ୍ଟ କହିଛନ୍ତି। ତେବେ ପୂର୍ବ ୟୁକ୍ରେନରେ ରୁଷ ଅଧିକରୁ ଅଧିକ ସୈନ୍ୟ ମୁତୟନ କରିବା ପରେ କିଭ ଓ ମସ୍କୋ ମଧ୍ୟରେ ବିବାଦ ତେଜିଛି।

ଅନ୍ୟପକ୍ଷରେ ୟୁକ୍ରେନ ଶାନ୍ତି ଆଲୋଚନା କରିବାକୁ ଜମା ରାଜି ନଥିବା ରୁଷ ବାରମ୍ବାର ଅଭିଯୋଗ ଆଣୁଥିବା ବେଳେ ଜେଲେନସ୍କି ପୁଟିନଙ୍କ ସହ ଘୋଷଣାତ୍ମକ ନୁହେଁ ବରଂ ପ୍ରକୃତରେ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା ନେଇ କହିଛନ୍ତି। ରୁଷ ବିବାଦ ସମାଧାନ କରିବା ପାଇଁ ଚାହୁଁନାହିଁ। ପ୍ରକୃତରେ ସେମାନେ ଯୁଦ୍ଧ ନହେଉ ବୋଲି ଚାହୁଁନଥିବା ବେଳେ ବିବାଦର ମୂଳୋତ୍ପାଟନ କରିବାକୁ ଇଚ୍ଛା ପ୍ରକାଶ କରୁନଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button