କେରଳରେ ବର୍ଷା ଓ ବନ୍ୟା ବିତ୍ପାତ : ୨୬ ମୃତ

ତିରୁବନନ୍ତପୁରମ୍‌ : ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଶନିବାର ଭୀଷଣ ବର୍ଷା ଯୋଗୁ ବହୁ ଅଞ୍ଚଳରେ ଅଚାନକ ବନ୍ୟା ଓ ଭୂସ୍ଖଳନ ଘଟି ପ୍ରାୟ ୨୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନେକ ନିଖୋଜ ହୋଇଯାଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

ଖବର ଅନୁଯାୟୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଜରୁରୀ ବୈଠକ କରିବା ପରେ ବିବୃତିରେ କହିଛନ୍ତି ରାଜ୍ୟର କେତେକ ଅଞ୍ଚଳରେ ପରିସ୍ଥିତି ବାସ୍ତବିକ ସାଙ୍ଘାତିକ। ଜନଜୀବନ ବଞ୍ଚାଇବାକୁ ଆମେ ଯଥା ସମ୍ଭବ କାର୍ଯ୍ୟ କରିବୁ। ଆମେ ସେନା, ନୌସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛୁ। ଜିଲ୍ଲାମାନଙ୍କରେ ରିଲିଫ୍‌ କ୍ୟାମ୍ପ୍‌ ସ୍ଥାପନ କରାଯାଇଛି।

ସେନା, ଏନଡିଆରଏଫ, ପୋଲିସ ଓ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହ ରବିବାର ସକାଳୁ କୋଟାୟାମ ଜିଲ୍ଲାର କୁଟିକାଲ ଏବଂ ଇଡୁକି ଜିଲ୍ଲାର କୋକକାୟାରଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହେତୁ ୧୨ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଥିବା ବେଳେ ଘଟଣାସ୍ଥଳରୁ ଉଦ୍ଧାରକାରୀମାନେ ୩ଟି ଅଚିହ୍ନା ଶବ ଉଦ୍ଧାର କରିଛନ୍ତି। କେରଳ ସ୍ଥିତି ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ, ଅକ୍ଟୋବର ୧୭, ୧୮ ଓ ୧୯ ପାଇଁ ଉତ୍ତରାଖଣ୍ଡର ସମସ୍ତ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ଫଳସ୍ୱରୂପ ଚମୋଲି ପ୍ରଶାସନ ଦ୍ୱାରା ବଦ୍ରିନାଥ ଯାତ୍ରା ପାଣ୍ଡୁକେଶ୍ୱରରେ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button