ଭି.କେ ପାଣ୍ଡିଆନ ୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ

ଭୁବନେଶ୍ଵର : ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ହୋଇଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଗତକାଲି ଭି.କେ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦନ କରିବା ପରେ ରାଜ୍ୟ ସରକାର ତାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ନି‌ର୍ଦେଶନାମା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button