ମା’ ଓ ଦୁଇଝିଅଙ୍କ ପରେ ଆଜି ମିଳିଲା ବାପାର ମୃତଦେହ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଅମାନୁଷିକ ଘଟଣା। ଗଙ୍ଗାନଗର ଫାଟକ ପଦାସ୍ଥିତ ଏକ ଘରୁ ଗତକାଲି ଜଣେ ମହିଳା ଓ ୨ ନାବାଳିକା ଝିଅଙ୍କ ମୃତଦେହ ମିଳିଥିଲା। ଆଜି ନିକଟ କୂଅରୁ ମହିଳାଙ୍କ ସ୍ୱାମୀର ମୃତଦେହ ମିଳିଛି। ଏହି ଘଟଣାରେ ପୋଲିସ ମୃତକଙ୍କ ଭାଇକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ଏକ କୁଅରୁ ଆଜି ନାରାୟଣ ପୋଦାରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଏକ ଘରୁ ନାରାୟଣଙ୍କ ପତ୍ନୀ ସୋନି ପୋଦାର, ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତା ୩ ଜଣଙ୍କ ମଧ୍ୟରୁ ସୋନିଙ୍କ ବେକରେ ନଖ ଚିହ୍ନ ଥିବାବେଳେ ଅନ୍ୟମାନଙ୍କ ଶରୀରରେ କୌଣସି ଚିହ୍ନ ନ ଥିଲା। ତେଣୁ ବିଷକ୍ରିୟା ଜନିତ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି।

ଆହୁରି ଜଣାପଡିଛି ଗତ ମଙ୍ଗଳବାର ରାତିରେ ପରିବାରର ସମସ୍ତେ ଭାତ ଓ ମାଛ ତରକାରୀ ଖାଇଥିଲେ। ବୁଧବାର ସକାଳେ ସୋନି ଓ ତାଙ୍କ ୨ ଝିଅଙ୍କ ମୃତଦେହ ଘରୁ ମିଳିଥିଲା। ନାରାୟଣ ଫେରାର ଥିଲେ। ତେଣୁ ଖାଦ୍ୟରେ ବିଷମିଶାଇ ତିନିଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଧେହ କରୁଛି। କିନ୍ତୁ ସାଧାରଣରେ ଚର୍ଚ୍ଚା ହେଉଛି ପାରିବାରିକ ଗଣ୍ଡଗୋଳରୁ ଏହି ଘଟଣା ଘଟିଛି। ପୂର୍ବରୁ ମହିଳାଜଣକ ଦିଅରଙ୍କ ନାଁରେ ଅଭିଯୋଗ କରିବାରୁ ସେ ଜେଲ୍‌ ଯାଇଥିଲେ। ସେଥିପାଇଁ ତାଙ୍କୁ ପୋଲିସ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

Back to top button