ଓମ୍‌ଫେଡ୍ ଦୁଗ୍ଧ ୨ ଟଙ୍କା ବଢ଼ିଲା

ଭୁବନେଶ୍ଵର : ଓମ୍‌ଫେଡ୍ ଦୁଗ୍ଧ ମୂଲ୍ୟ ୨ ଟଙ୍କା ବଢିଲା। ଗୋଖାଦ୍ୟ, ଚାରା, ଔଷଧ ଓ ଇନ୍ଧନ ଆଦିରେ କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍‌ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। ଏପ୍ରିଲ୍ ୧ରୁ ନୂଆ ଦର ଲାଗୁ ହେବ।

ସୂଚନା ଅନୁଯାୟୀ ଓମ୍‌ଫେଡ୍‌ର ୫୦୦ ଏମ୍ଏଲ୍‌ ଟୋନ୍‌ଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ବୃଦ୍ଧି ପାଇ ୨୩ ଟଙ୍କା ହୋଇଥିବା ବେଳେ ପ୍ରିମିୟମ୍ କ୍ଷୀର ଦାମ୍ ୨୪ ଟଙ୍କାରୁ ୨୬ ଟଙ୍କାକୁ, ଗୋଲ୍ଡ କ୍ଷୀର ମୂଲ୍ୟ ୨୪ ଟଙ୍କାରୁ ୨୬ ଟଙ୍କାକୁ ଓ ଚା’ ସ୍ପେସିଆଲ୍ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ବୃଦ୍ଧି ପାଇ ୨୫ ଟଙ୍କା ହୋଇଛି।

ଓମ୍‌ଫେଡ୍‌ ଦୁଗ୍ଧ ବିକ୍ରୟର ୯୦ ପ୍ରତିଶତ ରାଶି ଦୁଗ୍ଧ କ୍ରୟ ସକାଶେ ଦେଇଥାଏ। ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହ ପ୍ୟାକେଜିଂ ଓ ବିପଣନ ଆଦି କାର୍ଯ୍ୟକ୍ଷମ ଖର୍ଚ୍ଚ ସହ ଗତ ଏକ ବର୍ଷ ହେଲାଣି ଦୁଗ୍ଧ କିଣା ଲାଗି ଅଧିକ ମୂଲ୍ୟ ଦେବା ସତ୍ତ୍ବେ ଉପଭୋକ୍ତା ମୂଲ୍ୟ ସ୍ଥିର ରହିଥିବା ବୋଲି ଓମ୍‌ଫେଡ୍ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button