ନୌସେନା ଅଧିକାରୀ ପିନ୍ଧିପାରିବେ ସାଧା ପୋଷାକ

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ପ୍ରଚଳିତ ଇଂରେଜ ଅମଳର ପ୍ରଥା ହଟିବ। କେନ୍ଦ୍ରର ମୋଦି ସରକାର ଏମିତି କିଛି ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନୌସେନାର ପତାକାର ଲୋଗୋ ବଦଳିବା ପରେ ଏବେ ଆଉ କେତେକକୁ ହଟାଇ ଦିଆଯିବ।

ଖବର ଅନୁଯାୟୀ ପୂର୍ବରୁ ଭାରତୀୟ ନୌସେନାର କର୍ମଚାରୀମାନେ ଖାଇବା ସମୟରେ କିମ୍ବା ୱାର୍ଡରୁମ୍‌ରେ ଅଣ୍ଟାରେ ସେହି ଇଂରେଜ ଅମଳରୁ ‘କମରପଟି’ ପିନ୍ଧି ଆସୁଥିଲେ। ଏହି ପ୍ରଥାକୁ ଏବେ ଉଚ୍ଛେଦ୍‌ କରାଯାଇଛି। ଏଣିକି ନୌସେନା ଅଧିକାରୀ ତଥା କର୍ମଚାରୀ ଖାଇବା ସମୟରେ କିମ୍ବା ଲିଜର ସମୟରେ ଭାରତୀୟ ପୋଷାକ ପିନ୍ଧିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେମାନେ କୁର୍ତ୍ତା ପଞ୍ଜାବୀ ହେଉ କିମ୍ବା ଇଚ୍ଛା ମୁତାବକ ପୋଷାକ ପିନ୍ଧିପାରିବେ। କିନ୍ତୁ ନୌସେନାର କମାଣ୍ଡରଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ଆଲୋଚନାରେ ୩ ବରିଷ୍ଠ କମାଣ୍ଡରଙ୍କ ସହ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ସିଡିଏସ ଅନିଲ ଚୌହାନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Back to top button