ଲାଞ୍ଚ ଅଭିଯୋଗରେ ଦୁଇ ଇଡି ଅଧିକାରୀ ଗିରଫ

ଜୟପୁର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ୨ ଜଣ ଅଧିକାରୀ ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ। ରାଜସ୍ଥାନର ଏକ ଚିଟ୍ ଫଣ୍ଡ୍ ଠକେଇରେ ମାମଲା ରୁଜୁ ନକରିବା ପାଇଁ ଏହି ଅଧିକାରୀ ଦ୍ୱୟ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।
ଖବର ଅନୁଯାୟୀ ରାଜସ୍ଥାନ ଦୁର୍ନୀତି ନିରୋଧ ବ୍ୟୁରୋ ବା ଏସିବି ଜାରି କରିଥିବା ବିବୃତ୍ତିରେ କହିଛି ଇଡି ଅଧିକାରୀଦ୍ଵୟ ଟଙ୍କା ନେବା ବେଳେ ଧରା ପଡ଼ିଛନ୍ତି। ଏସିବି ଇଡି ଇନ୍ସପେକ୍ଟରଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିବା ଜଣାପଡିଛି।