ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

ସୀତାମାଢ଼ି : ଶାରୀରିକ ସଂପର୍କ ରଖିବାକୁ ଓ ବିବାହ ପାଇଁ ଅରାଜି ହେବାରୁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କଲା ଅଭିଯୁକ୍ତ। ଏହି ଘଟଣା ବିହାରର ସୀତାମାଢ଼ି ଜିଲ୍ଲାରେ ଘଟିଛି। ଦେଖିବାକୁ ମିଳିଛି

ଖବର ଅନୁଯାୟୀ ଯୁବତୀ ଜଣକ ଗାଧୋଉଥିବା ବେଳେ ଅଭିଯୁକ୍ତ ଗୁପ୍ତ ଭାବେ ତା’ର ଭିଡିଓ କରିଥିଲା। ସେହି ଭିଡିଓକୁ ନେଇ କରୁଥିଲା ବ୍ଲାକ୍‌ମେଲିଂ। ଯୁବକର ଘରକୁ ଯାଇ ଯୁବତୀ ଅଭିଯୋଗ କରିବାରୁ ରାଗରେ ତାଙ୍କ ସହ ଦୁ‌ଷ୍କର୍ମ କରିଥିଲା। ଏହାଛଡା ଯୁବତୀଙ୍କ ମଥାରେ ଜବରଦସ୍ତ ସିନ୍ଦୂର ଭରି ଫଟୋ ଉଠାଇ ଥିଲା ବ୍ଲକ୍‌ମେଲିଂ କରି ଆସୁଥିଲା।

ଏହି ଘଟଣା ପ୍ରାୟ ଦୁଇ ବର୍ଷ ତଳେ ଘଟିଥିଲେ ହେଁ ଯୁବକ ନିଜ ପ୍ରକୃତି ଛାଡ଼ି ପାରିନଥିଲା। ସେ ବାରମ୍ବାର ଯୁବତୀଙ୍କୁ ବ୍ଲକ୍‌ମେଲିଂ କରିବା ସହ ବିବାହ ପ୍ରସ୍ତାବ ଦେଇଥଲା। ବାହାହେବାକୁ ଯୁବତୀ ମନା କରିବାରୁ ରାଗରେ ତାଙ୍କ ଭିଡିଓ ଭାଇରାଲ୍‌ କରିଦେଇଛି। ଏହି ଅଭିଯୋଗ ଥାନାରେ ପହଞ୍ଚିବାରୁ ପୋଇସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡିତା କହିଛନ୍ତି ଲୋକଲଜ୍ଜା ଭୟରେ ଏତେ ଦିନ ଧରି ଚୁପ୍‌ ରହିଥିଲେ। କଥା ନଥମିବାରୁ ବାଧ୍ୟ ହୋଇ ପୋଲିସ୍‌ର ସାହାଯ୍ୟ ଲୋଡିଛନ୍ତି।

Leave a Reply

Your email address will not be published. Required fields are marked *

Back to top button