ପାର୍ବଣ କଟକଣାକୁ ବିରୋଧ : ୧୩ରେ କଟକ ବନ୍ଦ କରିବ ବିଜେପି

କଟକ : ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ବିରୋଧ କରି କଟକ ନଗର ବିଜେପି ଆସନ୍ତା ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି।

କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ କହିଛନ୍ତି ଦୁର୍ଗା ପ୍ରତିମାଙ୍କ ଉଚ୍ଚତା ୪ ଫୁଟ୍‌ରେ ସୀମିତ ଓ ପରଦା ଭିତରେ ରଖି ପୂଜା କରିବା ପାଇଁ ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇନ୍‌ରେ ଦର୍ଶାଇଛନ୍ତି। ଏହା ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ହଜାରେ ବର୍ଷର ପରମ୍ପରା ଓ ଐତିହ୍ୟର ସହର କଟକର କୋଣ ଅନୁକୋଣରେ ପ୍ରତିବାଦର ସ୍ୱର ଉଠିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୋଲି ଶ୍ରୀ ବଡୁ କହିଛନ୍ତି।

ସେ କହିଛନ୍ତି ରାଜ୍ୟ ସମେତ କଟକ ସହରବାସୀ ଶୃଙ୍ଖଳିତ ଭାବେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି କଟକଣାରେ ବହୁ କୋହଳ କରାଯାଇଛି। ସମସ୍ତ ଧର୍ମାନୁଷ୍ଠାନ, ସରକାରୀ ଅଫିସ୍‌, ବେସରକାରୀ ଅଫିସ୍‌, ପ୍ରେକ୍ଷାଳୟ, ଦୋକାନ-ବଜାର ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ କେଉଁ ଆଧାରରେ ମାଆ ଆବଦ୍ଧ ହୋଇ ପୂଜା ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ପୁନର୍ବିଚାର ନକଲେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ରଖିବାକୁ ବିଜେପି ନିଷ୍ପତ୍ତି ନେଇଥିବା ଶ୍ରୀ ବଡୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button