ଉତ୍ତରାଖଣ୍ଡ : ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ି ପଡିଛି। ଏଥିରେ ୫ ଜଣ ଓଡ଼ିଆ ଶ୍ରମିକ ଫସିଛନ୍ତି। ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଂଜ ବାଙ୍ଗିରିପୋଷି ବ୍ଲକ ଚନ୍ଦନପୁର ପଞ୍ଚାୟତ ଜଗେଇବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ, କୁଳଡ଼ିହାର ରାଜୁ ନାୟକ ଓ ବେଢାକୁଦ ଗ୍ରାମର ଧୀରେନ ନାଏକ। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଚାରଧାମ ରାସ୍ତା ପ୍ରକଳ୍ପରେ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ ପାଇଁ ଏହି ଟନେଲ ନିର୍ମାଣ କରାଯାଉଛି। ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇବ। ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବ ଏହି ଟନେଲର ୧୫୦ ମିଟର ଗତକାଲି ଦବି ଯାଇଥିଲା। ସେଠାରେ ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର। ସମସ୍ତେ ସୁରକ୍ଷିତ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ ଯବାନ ସାମିଲ ହୋଇଛନ୍ତି । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକମାନେ ୨୭୦ ମିଟର ପାଖାପାଖି ଦୂରତାରେ ଫସିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button