ଓଡ଼ିଶାରେ ଜାତିଭିତ୍ତିକ ଗଣନା ଦାବିକଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ଜାତିଭିତିକ ଜନଗଣନା କରାଯିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି ବିହାର ସରକାର ଜାତିଭିତ୍ତିକ ଜନଗଣନା କରିସାରିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ତାଙ୍କ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଶେଷ ହେଉଛି ଶନିବାର ପ୍ରକାଶ କରିଛନ୍ତି। ଓଡ଼ିଶା ସରକାର ଏହି ଜନଗଣନା କେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଆମ ଜନସଖ୍ୟାରେ ସଂପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ର ସ୍ପଷ୍ଟତା ପାଇଁ କଂଗ୍ରେସ ଦୀର୍ଘ ଦିନରୁ ଦାବି କରିଆସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏହି ପ୍ରସଙ୍ଗରେ କେବଳ କଥାବାର୍ତ୍ତା କରି ଚୁପ୍ ରହୁଛନ୍ତି କାହିଁକି ? ଯଦି ବିଜେଡ଼ି ସରକାର ଜାତିଭିତ୍ତିକ ଜନଗଣନା କରିବାରେ କୌଣସି ଆଗ୍ରହ ଦେଖାଏ ନାହିଁ ତେବେ ୨୦୨୪ ମସିହାରେ କଂଗ୍ରେସ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟରେ ତୁରନ୍ତ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ତାର ସହ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button