ଶକ୍ତିମୋହନଙ୍କୁ ପ୍ରପୋଜ କଲେ ଗୋଲ୍ଡେନ୍ ବୟ ନୀରଜ

ମୁମ୍ବାଇ : କରୋଓଗ୍ରାଫର କମ୍ ବଲିଉଡର ଡ୍ୟାନ୍ସର ଶକ୍ତି ମୋହନଙ୍କୁ ପ୍ରପୋଜ କଲେ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା। ସେ ସର୍ବ ସମ୍ମୁଖରେ ନିଜ ମନର କଥା କହିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଟୋକିଓ ଅଲିମ୍ପିକରେ ଗୋଲ୍ଡ ଜିତି ଦେଶ ପାଇଁ ଗୌରବ ଆଣିଥିବା ନୀରଜ କେବଳ ସୋସିଆଲ ମିଡିଆର ଚର୍ଚ୍ଚାରେ ଥିବାବେଳେ ବିଜ୍ଞାପନ, ମାଗାଜିନ ଓ ଟିଭି ଶୋ’ରେ ତାଙ୍କୁ ଦେଖିବାକୁ ମିଳୁଛି। କୌନ୍ ବନେଗା କରୋଡ ପତି (KBC-13) ପରେ ଏବେ ଡ୍ୟାନ୍ସ ରିଆଲଟି ଶୋ’ ଡ୍ୟାନ୍ସ ପ୍ଲାସ୍-୬ର ଷ୍ଟେଜ୍ରେ ନୀରଜଙ୍କୁ ଦେଖାଯାଇଛି। ସେଠାରେ ସେ ନିଜ ଅନ୍ଦାଜରେ ଡ୍ୟାନ୍ସ କରିବା ସହ ଜବରଦସ୍ତ ମସ୍ତି ମୁଡ୍ରେ ଧମାଲ କରିଛନ୍ତି। ରିଆଲିଟି ଶୋ’ରେ ସେ ଡ୍ୟାନ୍ସର ରାଘବଙ୍କ ସହ ବେଶ୍ ମଜାଳିଆ ଢଙ୍ଗରେ ନାଚୁଛନ୍ତି। ମଞ୍ଚରେ ନୀରଜ ରାଘବଙ୍କୁ ଗୋଲ୍ଡ ମେଡାଲ ଜିତିବାର ଡ୍ୟାନ୍ସ ଠାରୁ ଆରମ୍ଭ କରି ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଭଳି ଷ୍ଟେପ ଶିଖାଉଛନ୍ତି। କେବଳ ସେତିକି ନୁହେଁ ଡ୍ୟାନ୍ସର ଶକ୍ତି ମୋହନ୍ଙ୍କୁ ମଧ୍ୟ କରୁଛନ୍ତି ପ୍ରପୋଜ।
ଶକ୍ତି ମୋହନଙ୍କ ଅନୁରୋଧ ପରେ ମଞ୍ଚ ଉପରେ ସମସ୍ତ ଆଗରେ ନୀରଜ ତାଙ୍କୁ ପ୍ରପୋଜ କରିଛନ୍ତି। ସେ ନିଜ ଢ଼ଙ୍ଗରେ କହିଛନ୍ତି ମୋ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଜାଭେଲିନ୍ ମୁଁ ତୁମକୁ ଅଧିକ ସମୟ ଦେଇପାରିବି ନାହିଁ। ମୋତେ ଆଉ କିଛି ଆସେ ନାହିଁ। ଖାଦ୍ୟ ରୋଷେଇ କରିବା ମଧ୍ୟ ଆସେନି। ନୀରଜଙ୍କ ଏହି ପ୍ରପୋଜ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଲିମ୍ପିକ୍ସରେ ଗୋଲ୍ଡ ଜିତିବା ପରେ ନୀରଜ ଚୋପ୍ରାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବଡ ବଡ ବ୍ରାଣ୍ଡଠାରୁ ଟେଲିଭିଜନ ଶୋ’ରେ ନୀରଜଙ୍କୁ ଦେଖିବାକୁ ମିଳୁଛି। ନୀରଜଙ୍କୁ ଇଣ୍ଡିଆ ଟୁଡେ ମସଲା ପତ୍ରିକାର କଭର ପେଜରେ ପ୍ରମୁଖ ସ୍ଥାନ ଦିଆଯାଇଥିବାରୁ ଏହି ସୂଚନାକୁ ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।