ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟରର ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଅନୀଲ ଦୁଜାନା ମୃତ୍ୟୁବରଣ କରିଛି। ତିହାର ଜେଲରେ ବନ୍ଦୀଥିବା ଏହି ଗ୍ୟାଙ୍ଗଷ୍ଟର କିଛିଦିନ ତଳେ ଜାମିନରେ ବାହାରିଥିଲେ।

ଖବର ଅନୁଯାୟୀ ଜୟଚନ୍ଦ ପ୍ରଧାନ ହତ୍ୟା ମାମଲାରେ ଜାମିନ ପାଇ ଅନୀଲ ଦୁଜାନା ବାହାରକୁ ଆସିଥିଲେ। ପରେ ଜୟଚନ୍ଦଙ୍କ ପତ୍ନୀ ଓ ସାକ୍ଷୀ ସଂଗୀତାଙ୍କୁ ଦେଇଥିଲେ ଧମକ। ଏନେଇ ତାଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଦୁଜାନାକୁ ଗିରଫ କରିବାକୁ ନୋଏଡା ପୋଲିସର ସ୍ପେଶାଲ ସେଲ ଓ ସ୍ପେଶାଲ ଟାକ୍ସ ଫୋର୍ସ ବା ଏସଟିଏଫ ଚଢାଉ ଆରମ୍ଭ କରିଥିଲା। ଆଜି ପୋଲିସ ଓ ଏସଟିଏଫ ଦୁଜାନାକୁ ଗିରଫ କରିବାକୁ ଯାଇଥିବା ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ତା’ର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *

Back to top button