ବୃଦ୍ଧିହେଲା ଛାତ୍ରଛାତ୍ରୀଙ୍କ ଆଡମିଶନ ଅବଧି

ଭୁବନେଶ୍ୱର: +୩ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଶନ ଅବଧି ଆଉ ୨ ଦିନ ବୃଦ୍ଧି କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଡମିଶନ ଅବଧି ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ଆସନ୍ତାକାଲି ଭାରତ ବନ୍ଦ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଆସନ୍ତା କାଲି ଭାରତ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଚିନ୍ତାରେ ଥିଲେ । ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Back to top button