ଜୟାପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

ଚେନ୍ନାଇ : ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ଖବର ଅନୁଯାୟୀ ଚେନ୍ନାଇର ରାଇପେଟାଠାରେ ଜୟାପ୍ରଦାଙ୍କ ମାଲିକାନାରେ ଥିବା ରାମ କୁମାର ଓ ରାଜା ବାବୁ ଏହି ସିନେମା ହଲ୍ ଚଳାଉଛନ୍ତି। ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଅଭିନେତ୍ରୀ ଜୟାପ୍ରଦା କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ। ଶ୍ରମ ସରକାରୀ ବୀମା ନିଗମର ଓକିଲ ଆବେଦନକୁ ବିରୋଧ କରିବାରୁ ଜୟାପ୍ରଦା ଓ ଏହି ମାମଲା ସହ ଜଡ଼ିତ ଅନ୍ୟ ୩ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ସେହିପରି ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button