ଓଡିଶା ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ

ଭୁବନେଶ୍ଵର : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା ହୋଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁମୋଦନ ଦେଇଥିବା ଏହି ପଦାଧିକାରୀ ତାଲିକାରେ ୫ ଜଣ ବରିଷ୍ଠ ଉପସଭାପତି ଓ ୧୨ ଜଣ ଉପସଭାପତି ରହିଛନ୍ତି। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତିଙ୍କ ମଧ୍ୟରେ ଗଣେଶ୍ୱର ବେହେରା, ତାରା ପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ ଓ ସରସ୍ୱତୀ ହେମ୍ବମ ରହିଛନ୍ତି। ଉପସଭାପତି ଭାବେ ମମତା ମାଢି, ଅଧିରାଜ ମୋହନ ପାଣିଗ୍ରାହୀ, ବିଭୂତି ମିଶ୍ର, ରାଜ୍ଜନ ଏକ୍କା ଓ କିଶୋର ଜେନାଙ୍କ ସହ ମୋଟ ୧୨ ଜଣଙ୍କୁ ଦିଆଯାଇଛି ଦାୟିତ୍ୱ। ସେହିପରି ପ୍ରଦେଶ କଂଗ୍ରେସ କମିଟିରେ ୩୯ ଜଣ ସାଧାରଣ ସମ୍ପାଦକ ଓ ୬୧ ଜଣ ସମ୍ପାଦକଙ୍କୁ ନିଯୁକ୍ତ ଦିଆଯାଇଛି। ଏହା ପୂର୍ବରୁ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Back to top button