ସୁବ୍ରତ ବାଗଚୀ ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ବିକାଶ ପାଇଁ ମୁଖ୍ୟ ଉପଦେଷ୍ଟା ଭାବେ ସୁବ୍ରତ ବାଗଚୀଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖବର ଅନୁଯାୟୀ ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ କେନ୍ଦ୍ରରେ କିପରି ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ହେବ ସେଥିପାଇଁ ବାଗଚୀ କାର୍ଯ୍ୟ କରିବେ। ପୂର୍ବରୁ ସେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ କିଛିଦିନ ତଳେ ଏହି ପଦରୁ ସେ ଇସ୍ତଫା ଦେଇଥିଲେ। ତାଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହ ନୂଆ ନିଯୁକ୍ତି ଦିଆଯାଇଛି। ପ୍ରଶାସନିକ ଅଧିକାରୀଙ୍କୁ କିପରି ବିଶ୍ୱସ୍ତରୀୟ ତାଲିମ ଦିଆଯିବ ତାହା ଉପରେ ବାଗଚୀ ଗୁରୁତ୍ୱ ଦେବେ। ଏଥିସହ ଉଭୟ ନୂଆ ଓ ପୁରୁଣା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ପାଇଁ ସେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *

Back to top button