ଭାରତୀୟଙ୍କୁ ପ୍ରଭାବିତ ପାଇଁ ସୀମାରେ ଚୀନର ୬୮୦ ଗାଁ

ନୂଆଦିଲ୍ଲୀ : ଭାରତ ସୀମାରେ ଚୀନ୍ ୬୮୦ ଜିଆଓକାଙ୍ଗ (ସମୃଦ୍ଧ ଗାଁ) ନିର୍ମାଣ କରିଛି। ଏହି ଗାଁଗୁଡିକ ଭାରତୀୟ ଗ୍ରାମବାସୀଙ୍କୁ ଏକ ଉତ୍ତମ ଚାଇନିଜ ଜୀବନ ପ୍ରତି ଆକର୍ଷିତ କରିବା ସହିତ ବେଜିଂ ପାଇଁ ଅତିରିକ୍ତ ଆଖି ଓ କାନ ଭାବେ କାମ କରିବ। ଗ୍ଲୋବାଲ କାଉଣ୍ଟର ଆତଙ୍କବାଦ ପରିଷଦର ପରାମର୍ଶଦାତା ବୋର୍ଡ ଏହି ତଥ୍ୟ ପ୍ରକାଶ କରିଛି।

janatakhabar.in

ଖବର ଅନୁଯାୟୀ ଚୀନ ନିର୍ମାଣ କରିଥିବା ପ୍ରାୟ ୬୮୦ ଜିଆଓକାଙ୍ଗକୁ କହେ ଭୁଟାନର ସୀମାନ୍ତ ଗାଁ। ଏହି ଗାଁରେ ବସବାସ କରୁଥିବା ଲୋକେ ଚୀନ ସରକାରଙ୍କ ପ୍ରତି ସ୍ଥାନୀୟ ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରନ୍ତି। ଗ୍ଲୋବାଲ କାଉଣ୍ଟର ଆତଙ୍କବାଦ ପରିଷଦର ପରାମର୍ଶଦାତା ବୋର୍ଡ ସଦସ୍ୟ କୃଷ୍ଣ ବର୍ମା କହିଛନ୍ତି ଏଗୁଡ଼ିକ ହେଉଛି ତାଙ୍କ ତରଫରୁ ଗୁପ୍ତଚର ଓ ସୁରକ୍ଷା ଅଭିଯାନ। ସେମାନେ ଲୋକଙ୍କୁ ଭାରତ ବିରୋଧୀ କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଆମେ ଆମର ପୋଲିସ୍ କର୍ମଚାରୀଙ୍କୁ ଏହି ପ୍ରୟାସ ବିଷୟରେ ତାଲିମ ଦେବା ସହିତ ସେମାନଙ୍କ କାର୍ଯ୍ୟକଳାପକୁ ମୁକାବିଲା କରିବା ପାଇଁ ସଚେତନ କରୁଛୁ।

Leave a Reply

Your email address will not be published. Required fields are marked *

Back to top button