୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ସମଗ୍ର ବିଶ୍ୱ ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀକୁ ବିଶ୍ୱାସ କରେ। ସେ କରିଥିବା ପୂର୍ବନୁମାନ ମଧ୍ୟରୁ କେତେକ ସତ ହୋଇଛି। ବାବା ଭେଙ୍ଗାଙ୍କ ପ୍ରକୃତ ନାଁ ଭାଙ୍ଗେଲିଆ ପାଣ୍ଡେଭା ଗୁଶ୍‌ତରଭା। ୧୯୧୧ରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ଏହି ଭବିଷ୍ୟଦ୍ରଷ୍ଟା ଜଣେ ମହିଳା ଫକିର। ମାତ୍ର ୧୨ ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରେଇଥିଲେ। ୧୯୯୬ ମସିହା ଅଗଷ୍ଟ ୧୧ ତାରିଖରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗା ୫୦୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିଯାଇଛନ୍ତି।

ଖବର ଅନୁଯାୟୀ ସୋଭିଏତ ସଂଘର ବିଚ୍ଛିନ୍ନତା, ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦାର ୯/୧୧ ଆକ୍ରମଣ ଓ ଆଇଏସ୍‌ଆଇଏସ୍‌ର ବୃଦ୍ଧି ଭଳି ଅନେକ ଭବିଷ୍ୟବାଣୀ ସେ କରିଥିଲେ। କେବଳ ଏତିକି ନୁହେଁ ଅନେକ ଯୁଦ୍ଧ ଓ ବିପର୍ଯ୍ୟୟର ସେ ଭବିଷ୍ୟବାଣୀ କରିଛନ୍ତି। ୨୦୨୩ ପାଇଁ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ ମଧ୍ୟରୁ ଅନେକ ସତ ହୋଇସାରିଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ବାବା ଭେଙ୍ଗାଙ୍କ ସବୁ ଭବିଷ୍ୟବାଣୀ କ’ଣ ସତ ହେବ ?

ବାବା ଭେଙ୍ଗା ପୂର୍ବାନୁମାନ କରିଛନ୍ତି ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ। ଏଥିସହ ପରମାଣୁ ଆକ୍ରମଣ ପୃଥିବୀରେ ବିପଦ ସୃଷ୍ଟି କରିବ। ହୋଇପାରେ। ପୃଥିବୀର କକ୍ଷପଥରେ ପରିବର୍ତ୍ତନ କାରଣରୁ ପୃଥିବୀକୁ ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ବୈଜ୍ଞାନିକମାନେ କିଛି ଅନନ୍ୟ ଉଦ୍ଭାବନ କରିବେ। ଯାହା ସନ୍ତାନ ପ୍ରାପ୍ତିର ପ୍ରାକୃତିକ ଉପାୟକୁ ସମାପ୍ତ କରିବ। ଲ୍ୟାବ୍‌ରେ ପିଲାମାନେ ଜନ୍ମ ହେବେ। ପିତାମାତା ସେମାନଙ୍କ ଲିଙ୍ଗ ଓ ରଙ୍ଗ ସ୍ଥିର କରିବେ।

ଭବିଷ୍ୟବାଣୀରେ କୁହାଯାଇଛି ଏକ ଦେଶ ଜୈବିକ ଅସ୍ତ୍ର ସହିତ ଆକ୍ରମଣ କରିବା ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଇବେ। ଚଳିତ ବର୍ଷ ପାଇଁ ଏହା ଏକ ଦୁଃଖଦ ଘଟଣା ହେବ। ଏକ ଭୟଙ୍କର ଯୁଦ୍ଧ ସହିତ ସୌର ସୁନାମୀ ଆସିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ସେହିପରି ଏଇବର୍ଷ ପୃଥିବୀର ଅନେକ ସ୍ଥାନରେ ପ୍ରବଳ ଝଡ ହେବାର ସମ୍ଭାବନା ରହିଛି। ସୌର ଝଡ ଯୋଗୁଁ ପୃଥିବୀରେ ଅନେକ ବିପଜ୍ଜନକ ବିକିରଣ ପଡ଼ିବ। ଜୀବନ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ। ଏପରିକି ଏହି ଝଡ ବିନାଶର କାରଣ ହୋଇପାରେ। ଚଳିତ ବର୍ଷ ଏଲିୟନ୍‌ମାନେ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି। ଫଳରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିପାରନ୍ତି।

ବାବା ଭେଙ୍ଗାଙ୍କ ପୂର୍ବନୁମାନ ଭାରତରେ ଅଯଥା ବର୍ଷା ହେବ। ବିଜୁଳି କେନ୍ଦ୍ରରେ ବିସ୍ଫୋରଣ ହୋଇପାରେ। ଏହା ଦ୍ୱାରା ସମଗ୍ର ବିଶ୍ୱରେ ବିଷାକ୍ତ ବାଦଲ ଛାଇଯିବ। ସମଗ୍ର ଏସିଆ ମହାଦେଶରେ ବ୍ୟାପିଯିବ ଅନ୍ଧକାର। ଲକ୍ଷ ଲକ୍ଷ ଲୋକ ସାଙ୍ଘାତିକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସେହିପରି ଏସିଆ ମହାଦେଶରେ ୨୦୨୩ ରେ ଆଣବିକ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ହୋଇପାରେ। ଏହାର ପ୍ରଭାବ ଭାରତ ଉପରେ ପଡିପାରେ। ବାବା ଭେଙ୍ଗା ଭାରତରେ ଅଣମୌସୁସୀ ବର୍ଷା ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏବର୍ଷ ମାର୍ଚ୍ଚ ଓ ଏପ୍ରିଲରେ ଅଣମୌସୁସୀ ବର୍ଷା ହୋଇଛି। ଏହାଛଡା ତାଙ୍କ ଭବିଷ୍ୟବାଣୀ ସୌର ଝଡ ମଧ୍ୟ ସତ ହୋଇଛି। ବୈଜ୍ଞାନିକମାନେ ସୂର୍ଯ୍ୟଙ୍କଠାରେ ପୃଥିବୀଠାରୁ ୨୦ ଗୁଣ ବଡ ଏକ ଛିଦ୍ର ଆବିଷ୍କାର କରିଛନ୍ତି। ଯେଉଁ କାରଣରୁ ଏଥିରୁ ବାହାରୁଥିବା ବିକିରଣ ବିପଜ୍ଜନକ ପ୍ରଭାବ ପକାଉଛି। ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button