ପ୍ରଫେସର ସାବିତ୍ରୀ ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସାବିତ୍ରୀ ପ୍ରଧାନଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ସେ ଏହି ପଦବୀରେ ଦୁଇ ବର୍ଷ ଯାଏଁ ରହିବେ।

ସୂଚନାଯୋଗ୍ୟ ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ନାମଲେଖା ସହ ଆରମ୍ଭ ହୋଇଛି ଶିକ୍ଷାଦାନ। ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର ଅଫିସ୍‌ ଓ ଶିକ୍ଷାଦାନ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button