୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ : ୨.୨ ଲକ୍ଷ ଲୋକ ଉପକୃତ ହେବେ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଉଚ୍ଚ କ୍ଷମତାସଂପନ୍ନ ଗ୍ରୀଡ଼ ସବ୍‌ଷ୍ଟେସନ୍‌ ଲୋକାର୍ପଣ କରିଛନ୍ତି । ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ। ଏହିସବୁ ଗ୍ରୀଡ ସବ୍‌ଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ ସରବରାହ ନେଟ୍‌ୱାର୍କ ରହିଛି ଏବଂ ୧୯୩ଟି ଏକ୍‌ଷ୍ଟ୍ରା ହାଇ ଭୋଲଟେଜ୍‌ ଗ୍ରୀଡ୍ ସବ୍‌ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ରାଜ୍ୟର ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତର ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button