ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ : ଚଳିତମାସର ପ୍ରଥମ ଦିନ ରବିବାର ଛୁଟିରୁ ଆରମ୍ଭ ହୋଇଛି। ଦୁଇ ତାରିଖ ଗାନ୍ଧି ଜୟନ୍ତୀ ଛୁଟି। ଏହିପରି ଅକ୍ଟୋବରରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ପର୍ବପର୍ବାଣୀ ପାଇଁ ମୋଟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ନେଟ୍ ବ୍ୟାଙ୍କିଙ୍ଗ ଓ ଏଟିଏମ ସେବା ଚାଲିବ।

ଖବର ଅନୁଯାୟୀ ଅକ୍ଟୋବର ୨୦୨୩ରେ ନିମ୍ନ ଲିଖିତ ଦିନ ଓ ଅବସରରେ ବ୍ୟାଙ୍କ ବନ୍ଦ ରହିବ। ୨ ଅକ୍ଟୋବର ସୋମବାର ଗାନ୍ଧି ଜୟନ୍ତୀ ଯୋଗୁ ଜାତୀୟ ଛୁଟି ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ୧୪ ଅକ୍ଟୋବର ଶନିବାର ମହାଳୟା ନିମନ୍ତେ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ। ୨୧ ଅକ୍ଟୋବର ଶନିବାର ଦୁର୍ଗାପୂଜା ମହାସପ୍ତମୀ ଯୋଗୁ ତ୍ରିପୁରା, ଆସାମ, ମଣିପୁର ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ଛୁଟି ରହିବ। ସେହିପରି ୨୩ ଅକ୍ଟୋବର ସୋମବାର ଦଶହରା ମହାନବମୀ ନିମନ୍ତେ ଆୟୁଧ ପୂଜା, ଦୁର୍ଗାପୂଜା ଓ ବିଜୟାଦଶମୀ କାରଣରୁ ତ୍ରିପୁରା, କର୍ଣ୍ଣାଟକ, ଓଡିଶା, ତମିଲନାଡୁ, ଆସାମ, ଆନ୍ଧ୍ରପ୍ରଦେଶ, କାନପୁର, କେରଳ, ଝାଡଖଣ୍ଡ ଓ ବିହାର ସହିତ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ୨୪ ଅକ୍ଟୋବର ଦଶହରା ଯୋଗୁ ଦୁର୍ଗାପୂଜା ଯୋଗୁ ଆନ୍ଧ୍ରପ୍ରଦେଶ ଓ ମଣିପୁରକୁ ବାଦ ଦେଲେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।

୨୫ ଅକ୍ଟୋବର ବୁଧବାର ସିକ୍କିମରେ ଦଶହରା ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ୨୬ ଅକ୍ଟୋବର ସିକ୍କିମ ଓ ଜମ୍ମୁ-କାଶ୍ମୀରରେ ଦୁର୍ଗାପୂଜା ଭଷାଣୀ ନିମନ୍ତେ ବ୍ୟାଙ୍କ ବନ୍ଦ ରହିବ। ୨୮ ଅକ୍ଟୋବର ଶନିବାର ପଶ୍ଚିମବଙ୍ଗରେ ଲକ୍ଷ୍ମୀପୂଜା ନିମନ୍ତେ ବ୍ୟାଙ୍କ ବନ୍ଦ ରହିବ। ୩୧ଅକ୍ଟୋବର ମଙ୍ଗଳବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ନିମନ୍ତେ ଗୁଜରାଟରେ ବ୍ୟାଙ୍କ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *

Back to top button