ମଦୁଆ ସ୍ଵାମୀକୁ ଛାଡି ଶ୍ଵଶୁର ସହ ଫେରାର୍ ବୋହୂ

ସ୍ୱାମୀକୁ ଛାଡି ଶ୍ୱଶୁର ସହ ବୋହୂ ଫେରାର। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଉତ୍ତରପ୍ରଦେଶର ବଦାୟୁରୁ ଏହିପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ନିଜ ମଦ୍ୟପ ସ୍ୱାମୀକୁ ଛାଡ଼ି ଜଣେ ମହିଳା ଶ୍ବଶୁରଙ୍କୁ ବିବାହ କରିଥିଲେ। ଉଭୟେ ଘର ଛାଡ଼ି ଫେରାର ହୋଇଯାଇଥିବା ବେଳେ ଏବେ ଏକ ଛୁଆକୁ ଧରି ଘରକୁ ଫେରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାଇ ଯୁବତୀ ଜଣକ ୨୦୧୬ ମସିହାରେ ବଦାୟୁ ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ, ସ୍ୱାମୀ ପ୍ରାୟତଃ ନିଶା ସେବନ କରୁଥିବାରୁ ଦମ୍ପତ୍ତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ସ୍ୱାମୀ ସହ ସମ୍ପର୍କ ଭଲ ନଥିବା ବେଳେ ନିଜ ଶ୍ୱଶୁରଙ୍କ ଆଡକୁ ଢ଼ଳି ଯାଇଥିଲେ ଏହି ମହିଳା। ପରେ ସ୍ବାମୀକୁ ଛାଡ଼ପତ୍ର ଦେଇ ଶ୍ୱଶୁର ବୋହୂ ବିବାହ କରି ଫେରାର ହୋଇଯାଇଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ସେମାନେ ଘରକୁ ନ ଆସି ଫେରାର ରହିଥିବା ବେଳେ ଏବେ ପୁଣି ଘରକୁ ଫେରିଥିବା ସୂଚନା ମିଳିଛି। ଫେରିବାବେଳେ ସେମାନେ ନିଜ ସହିତ ଏକ ସନ୍ତାନ ଆଣିଥିବା ମଧ୍ୟ ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button