ହୋମ୍‌ ଗାର୍ଡଙ୍କୁ ପିଟିଲେ ମହିଳା ଆଇଏଏସ୍‌ ଅଫିସର୍‌

ପାଟନା : ବାସଭବନ ଗେଟ୍‌ ସମ୍ମୁଖ ନୁହେଁ ରାସ୍ତା ଉପରେ ଡିୟୁଟି କର। ଜଣେ ମହିଳା ଆଇଏଏସ୍‌ ଅଫିସରଙ୍କ କଥାରେ ଅରାଜି ହେବାରୁ ଆଲୁମୁନିୟମ୍‌ ପାଇପ୍‌ରେ ପିଟା ଖାଇଛନ୍ତି ସେ ହୋମ୍‌ ଗାର୍ଡ। ବିହାରରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ବିାହାର ଛାପ୍ରାର ଜଣେ ମହିଳା ଆଇଏଏସ୍‌ ଅଫିସର୍‌ଙ୍କ ବାସଭବନ ଗେଟ୍‌ ସମ୍ମୁଖରେ ଡିୟୁଟି କରିବାକୁ ହୋମ୍‌ଗାର୍ଡଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ତାଙ୍କୁ ରାସ୍ତା ଉପରେ ଡିୟୁଟି କରିବାକୁ କହିବାରୁ ହୋମ୍‌ଗାର୍ଡ ମନା କରିଥିଲେ। ଏଥିରେ ରାଗିଯାଇ ମହିଳା ଆଇଏଏସ୍‌ ଜଣକ ହୋମ୍‌ଗାର୍ଡଙ୍କୁ ମାଡ଼ ମାରିଥିଲେ। ଏହି ମହିଳା ଆଇଏଏସ୍‌ ଅଧିକାରୀ ହେଉଛନ୍ତି ଛାପ୍ରା ଡେପୁଟି ଡେଭ୍‌ଲପ୍‌ମେଣ୍ଟ୍‌ କମିସନର୍‌ (ଡିଡିସି) ପ୍ରିୟଙ୍କା ରାଣୀ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବିହାର ହୋମ୍‌ ଗାର୍ଡସ୍‌ ଭଲ୍ୟୁଣ୍ଟିୟର୍‌ ଆସୋସିଏସନ୍‌ ଧର୍ମଘଟ କରିବ ବୋଲି ଚେତବନୀ ଦେଇଛି। ଅଭିଯୋଗକୁ ଭିତ୍ତିହୀନ ବୋଲି ଡିଡିସି ପ୍ରିୟଙ୍କା ରାଣୀ କହିଛନ୍ତି।

ଅନ୍ୟପକ୍ଷରେ ଆହତ ହୋମ୍‌ ଗାର୍ଡ ଅଶୋକ କୁମାର ସା କହିଛନ୍ତି ଡିଡିସି ପ୍ରିୟଙ୍କା ରାଣୀଙ୍କ ବାସଭବନରେ ପହରା ଦେବାକୁ ତାଙ୍କୁ ମୁତୟନ କରାଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ସେ ବାସଭବନକୁ ଫେରିଲେ। ମୁଁ ମୁଖ୍ୟ ଦ୍ଵାର ଖୋଲି ଦେଇଥିଲି। ତା’ପରେ ସେ ମୋତେ ପଚାରିଲେ ଏଠାକୁ କାହିଁକି ଆସିଛ ? ମୁଁ ଡିୟୁଟି ପଡ଼ିଥିବା କହିବାରୁ ସେ କହିଲେ ମୁଖ୍ୟ ରାସ୍ତାକୁ ଯାଇ ଡିୟୁଟି କର।
ରାସ୍ତାରେ ଡିୟୁଟି କଲେ ଅସ୍ତ୍ରଶସ୍ତ୍ର ଚୋରି ହୋଇଯିବ ବୋଲି ମୁଁ କହିବାରୁ ସେ ରାଗିଯାଇ ମତେ ଗାଳିଦେଲେ। ତା’ପରେ କାର୍‌ରେ ଥିବା ଗୋଟାଏ ଆଲୁମୁନିୟମ୍‌ ପାଇପ୍‌ ଆଣି ମତେ ପିଟିଲେ। ତାଙ୍କ କାର୍‌ ଡ୍ରାଇଭର୍‌ ଓ ଅନ୍ୟ ଯବାନମାନେ ଅଟକାଇବାରୁ ମୁଁ ମାଡ଼ରୁ ରକ୍ଷା ପାଇଲି।

Leave a Reply

Your email address will not be published. Required fields are marked *

Back to top button