ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି ଏହି ଆତଙ୍କୀ ସଂଗଠନ

ଇସ୍ଲାମାବାଦ : ପାକିସ୍ତାନ ପାଇଁ ଏବେ ଚିନ୍ତାର କାରଣ ହୋଇଛି ତେହରିକ-ଏ-ତାଲିବାନ। ସେପ୍ଟେମ୍ବର ମାସରେ ପାକିସ୍ତାନୀ ସୁରକ୍ଷା ବାହିନୀ ଓ ସୈନିକଙ୍କ ଉପରେ ୧୦୬ଟି ଆକ୍ରମଣ କରିଥିବା ଟିଟିପି ଦାବି କରିଛି। ଏହି ଆକ୍ରମଣରେ ୧୨୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୧୬୯ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଟିଟିପିର ତଥ୍ୟ ବିଲାୟତ ବାନୁ ପ୍ରଦେଶରେ ସର୍ବାଧିକ ଆକ୍ରମଣ କରିଛି। ପେଶାୱରରେ ୨୪, ଦକ୍ଷିଣ ପଞ୍ଜାବ ପ୍ରଦେଶରେ ୨ଟି ଓ ବିଲାୟତ ମାଲାକନ୍ଦରେ ୧୧ଟି ଆକ୍ରମଣ ହୋଇଥିଲା। ଏହି ସମୟ ମଧ୍ୟରେ ୧୮୫ ଜଣ ସେନା ଯବାନ, ୪୩ ଜଣ ପୋଲିସ ଆତଙ୍କବାଦ ନିରୋଧୀ କର୍ମଚାରୀ, ୧୮ ଜଣ ଗୁଇନ୍ଦା ଏଜେନ୍ସିର ଯବାନ ଓ ୪୬ ଜଣ ଅନ୍ୟ ସୁରକ୍ଷା ଏଜେନ୍ସି ଆହତ କିମ୍ବା ସହିଦ ହୋଇଛନ୍ତି। ଏହି ଆତଙ୍କବାଦୀ ସଂଗଠନ ସେପ୍ଟେମ୍ବରମାସରେ ସର୍ବାଧିକ ୨୦ଟି ସ୍ନାଇପର ଆକ୍ରମଣ କରିଥିବା ଦାବି କରିଛି। ଏଥିସହ ପାକିସ୍ତାନ ସୁରକ୍ଷା ବାହିନୀର ୧୧ଟି ଗୁପ୍ତଚର କ୍ୟାମେରା ସମେତ ୧୩ଟି ସାମରିକ ଯାନ ନଷ୍ଟ କରାଯାଇଛି। ଏହାଛଡା ସୁରକ୍ଷା କର୍ମୀଙ୍କ ଠାରୁ ରକେଟ୍ ଲଞ୍ଚର, ଏକେ ୪୭ ଭଳି ରାଇଫଲ ଓ ଗୋଳାବାରୁଦ ସମେତ ଅନେକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ଏହି ଆତଙ୍କୀ ସଂଗଠନ ଦାବି କରିଛି।

Leave a Reply

Your email address will not be published. Required fields are marked *

Back to top button