୨.୫୯ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟ୍‌କୁ ଟଙ୍କା ଫେରିବ

ରୀଙ୍କୁ ମିଇବ ଟଙ୍କା। ଜିଏଲ୍‌ପି ଡେଭଲପର୍ସ ଲିମିଟେଡ ଓ ଗୋ‌ଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡରେ ନିବେଶ କରିଥିବା ଜମାକାରୀମାନଙ୍କୁ ମୋଟ ୯୨ କୋଟି ୫୮ ଲକ୍ଷ ୭୮ ହଜାର ୨୦୧ ଟଙ୍କା ପୈଠ କରାଯିବ।

ଖବର ଅନୁଯାୟୀ କଟକ ଏଡିଏମ୍ ତଥା ପ୍ରାଧିକୃତ ଅଧିକାରୀଙ୍କ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୫ରେ ଦାୟର ଆବେଦନକୁ କଟକ ସ୍ଵତନ୍ତ୍ର ଅଦାଲତ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଏଲ୍‌ପି ଡେଭଲପର୍ସ ଲିମିଟେଡ ଓ ଗୋ‌ଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡର ସ୍ଥାବର ଓ ଅସ୍ଥାବର ସଂପତ୍ତି ନିଲାମରୁ ମିଳିଥିବା ଅର୍ଥରୁ ଜମାକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଅଦାଲତଙ୍କ ନିର୍ଦ୍ଦେଶ ପରେ ପ୍ରାଧିକୃତ ଅଧିକାରୀଙ୍କ ତରଫରୁ ଜମାକାରୀଙ୍କ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖାଯାଇଛି। ଜମାକାରୀ ଏ ଦୁଇଟି ସଂସ୍ଥାରେ ଜମା କରିଥିବା ଅର୍ଥ ବାବଦ ପ୍ରମାଣପତ୍ର/ରସିଦ ଓ ଇନଡେମନିଟି ବଣ୍ଡ୍ ଦାଖଲ କରିବେ। ଏଥିସହ ବା ଅନ୍ୟ ଆଇନଗତ ଔପଚାରିକତା ପୂରଣ କରିବା ପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ ବୋଲି କଟକ ଏଡିଏମ୍ (ରାଜସ୍ଵ) ଉମାକାନ୍ତ ରାଜ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button