କାର ଧକ୍କାରେ ଆଈ ଓ ନାତି-ନାତୁଣୀଙ୍କ ମୃତ

ଅନୁଗୋଳ : ତାଳଚେର ଗୋବରା ଗାଁରେ ଆଜି ସନ୍ଧ୍ୟାରେ ଦୁଃଖଦ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଆଈ ସହିତ ନାତି ଓ ନାତୁଣୀ ଜୀବନ। ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାଇ ଖେଳାଇ ଦେଇଛି।

ଖବର ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଗାଁର ୫୦ ବର୍ଷୀୟା ମହିଳା ପ୍ରମିଳା ପ୍ରଧାନଙ୍କ ଘର ସମ୍ମୁଖରେ ନାତି ଓ ନାତୁଣୀ ଖେଳୁଥିଲେ। ସେମାନଙ୍କ ପାଖରେ ବସିଥିଲେ ପ୍ରମିଳା। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଘଟଣାସ୍ଥଳରେ ପ୍ରମିଳାଙ୍କର ମୃତ୍ୟୁ ଘଟିଥିଲା। ଦୁଇଶିଶୁ ପୁନମ ପ୍ରଧାନ ଓ ଗୁଗୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଗାଁ’ର ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ନିଶାସକ୍ତ ଯୁବକକୁ ପ୍ରବଳ ମାଡ଼ମାରି ଅଟକ ରଖିଥିଲେ। ପୋଲିସ ସେଠାରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାରେ ପଚରାଉଚରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button