ଜମି କେଳେଙ୍କାରୀ : ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦମ୍ପତ୍ତି ଅଟକ

ଢେଙ୍କାନାଳ : ଜମିର କିସମ ବେଆଇନ ଭାବେ ବଦଳାଇବା ଅଭିଯୋଗରେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଢେଙ୍କାନାଳ ପୋଲିସ ଅଟକ ରଖିଛି।

ଖବର ଅନୁଯାୟୀ ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ଜମି କେଳେଙ୍କାରୀ ମାମଲାରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ। ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ ଜମିକୁ ଦଲାଲଙ୍କ ସହ ମିଳିମିଶି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ବେଆଇନ ଭାବରେ ଶାରଦରେ ପରିବର୍ତ୍ତନ କରିଥିଲେ। ଏହା ପ୍ରଘଟ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ପକ୍ଷରୁ ଟାଉନ ଥାନାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର, ୨ଜଣ ରେକର୍ଡ଼ କିପର ଓ ଆବେଦନକାରୀ ଜମି ଦଲାଲ୍ ଅଛନ୍ତି। ଟାଉନ ଥାନା ଅଧିକାରୀ ମାମଲା ରୁଜୁ କରିବା ସହିତ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button