ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ୪ ଗିରଫ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ତମିଆ ଗାଁର ଜଣେ ନାବାଳିକାକୁ ସେହି ଗାଁର ୪ ଜଣ ଯୁବକ ଘର ପଛପଟ ବାଇଗଣ ବାଡିରେ ଦୁଷ୍କର୍ମ ଉଦ୍ୟମ କରି ଖସି ପଳାଇଥିଲେ। ଏନେଇ ଅଭିଯୋଗ କରିଥିଲା ନାବାଳିକା।

ଲରମ୍ଭା ପୋଲିସ ଏକ ମାମଲା ରୁଜୁକରିବା ସହିତ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଳାଣ କରିଛି। ଅଭିଯୁକ୍ତମାନେ ହେଲେ ସୁଦାମ ପୁଟେଲ, ବିପିନ ପୁଟେଲ, ସୁଶାନ୍ତ ପୁଟେଲ ଓ କବଲ୍ୟ ପୁଟେଲ। ବଲାଙ୍ଗିର କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବଲାଙ୍ଗିର ଜେଲକୁ ପଠାଇ ଦିଆଯାଇ ଥିବା ଥାନା ଅଧିକାରୀ ବାରିଣୀ ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button