ବିଜେପିର ୩ କାର୍ଯ୍ୟକର୍ତ୍ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର : ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ବିଜେପିର ୩ କାର୍ଯ୍ୟକର୍ତ୍ତା ବହିଷ୍କୃତ ହୋଇଥିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି ଆଦେଶ ପ୍ରତ୍ୟାହାର କରାଯାଇଛି। ସେମାନେ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ ମୁଦୁଲି ଓ ଜୟରାମ ମୁଦୁଲି।

ଖବର ଅନୁଯାୟୀ ବହିଷ୍କାର ଆଦେଶ ପ୍ରତ୍ୟାହୃତ ସମ୍ପର୍କରେ ସୁଚନା ଦେଇଛନ୍ତି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ। ସେ କହିଛନ୍ତି ଏହି କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ଭୁଲ ସ୍ୱୀକାର କରିବା ସହ ତା’ର ପୁନରାବୃତି ନକରିବା ଓ ଏଣିକି ଦଳର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମାନିବାର ପ୍ରତିଶୃତି ଦେବା ପରେ ଦଳ ଏହି ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *

Back to top button