ଓଏଏସ୍ ସ୍ତରରେ ଛୋଟ ଧରଣର ବଦଳି

ଭୁବନେଶ୍ଵର : ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶନିବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ରଙ୍କର ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ବରିଷ୍ଠ ଓଏଏସ୍ ଦିଲ୍ଲୀପ କୁମାର ପରିଡ଼ାଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କର ଓ ଯୁଗ୍ମସଚିବ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କର ଯଥାକ୍ରମେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ କୋରାପୁଟ ଯୁଗ୍ମ କେବିକେ ପ୍ରଶାସକ ଭାବେ ବଦଳି ହୋଇଛି। ଏହାଛଡା ଗଜପତି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ନୀଳମାଧବ ମାଝୀଙ୍କୁ ଗଞ୍ଜାମ ଜିଲ୍ଲା ଅତରିକ୍ତ ଉପଜିଲ୍ଲାପାଳ ଭାବେ ଛତ୍ରପୁରକୁ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button