ବିଭିନ୍ନ ଦାବିରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିଲେ ବିଧାୟକ

ସୁନ୍ଦରଗଡ଼ : କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ଓଏମସି କୁର୍ମିତର ଖଣି ସମ୍ମୁଖରେ ଧାରଣା। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିଆଇଟିୟୁର ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ଶ୍ରମିକମାନେ ମଙ୍ଗଳବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

ଖବର ଅନୁଯାୟୀ ଏହି ଧାରଣା ଫଳରେ କୋଇଡାରେ ଖଣି ଖନନ କାର୍ଯ୍ୟ ଠାରୁ ଆରମ୍ଭ କରି ପରିବହନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସ୍ଥାନୀୟ ନିଯୁକ୍ତି, ପରିବହନ ଓ ପାରିପାର୍ଶ୍ୱିକ ବିକାଶକୁ ନେଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କସହ ଧାରଣା ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ଠାରୁ ବହୁ ଦାବି ପୁରଣ ନ ହୋଇଥିବାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button