ହନିଟ୍ରାପ୍‌ରେ ଫସିଲେ ଡିଆରଡିଓ ବୈଜ୍ଞାନିକ : ଗୁପ୍ତତଥ୍ୟ ଦେଇ ଗିରଫ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକ ପିଏମ କୁରୁଲକର ହନିଟ୍ରାପ୍‌ ମାମଲାରେ ଗିରଫ ହୋଇଛନ୍ତି। ସେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିବା ଜଣାପଡିବା ପରେ ବୁଧବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍‌) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଖବର ଅନୁଯାୟୀ ପୂର୍ବରୁ ବୈଜ୍ଞାନିକ ପିଏମ କୁରୁଲକରଙ୍କ ନାଁରେ ଡିଆରଡିଓର ଭିଜିଲାନ୍ସ ଓ ସୁରକ୍ଷା ଅଫିସର ଜଣେ ଅଧିକାରୀ ଗୁଇନ୍ଦାଗିରିର ଅଭିଯୋଗ ଆଣିଥିଲେ। ସେ ପାକିସ୍ତାନ ଏଜେଣ୍ଟକୁ ଗୋଟିଏ ମିସାଇଲର ଫଟୋ ଓ ଏହାର ଲୋକେସନର ତଥ୍ୟ ପଠାଇଥିଲେ। ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଏଜେଣ୍ଟ ସହ ହ୍ୱାଟସଆପ ଓ ଭିଡିଓ କଲ୍‌ ଦ୍ୱାରା ଯୋଗାଯୋଗରେ ରହିଥିଲେ। ବୈଜ୍ଞାନିକଙ୍କ ଠାରୁ ଡିଆରଡିଓର ତଦନ୍ତରକାରୀ ଅଧିକାରୀ ଗୋଟିଏ ଲ୍ୟାପଟପ ଓ ଦୁଇଟି ମୋବାଇଲ ଫେବୃଆରୀ ୨୪ରେ ଜବତ କରିଥିଲେ। ଫରେନ୍ସିକ ଯାଞ୍ଚ ପରେ ସେ ପାକିସ୍ତାନ ଏଜେଣ୍ଟକୁ ହନିଟ୍ରାପରେ ଫସି ଗୁପ୍ତ ତଥ୍ୟ ଦେଇଥିବା ସ୍ପଷ୍ଟ ହୋଇଥିଲା।

ଏଟିଏସ୍‌ ଅଧିକାରୀଙ୍କ ସୂଚନା ହେଲା ପାକିସ୍ତାନର ଜଣେ ଯୁବତୀ ସୋଶିଆଲ ମିଡିଆରେ ବୈଜ୍ଞାନିକଙ୍କୁ ଯୋଗାଯୋଗ କରିଥିଲେ। ନିଜକୁ ଅମ୍ବାଲାର ଇଞ୍ଜିନିୟରିଂ ଛାତ୍ରୀ ପରିଚୟ ଦେଇ କରିଥିଲେ ବନ୍ଧୁତା। ଏହାପରେ ବୈଜ୍ଞାନିକଙ୍କୁ ନିଜ ଜାଲରେ ଫସାଇ ଅଶ୍ଳୀଳ ଫଟୋ ଓ ଭିଡିଓ କଲ କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଦେଖାଇ ବୈଜ୍ଞାନିକଙ୍କୁ ପାକିସ୍ତାନ ଏଜେଣ୍ଟ ବ୍ଲାକମେଲ କରିଚାଲିଥିଲା ବୋଲି ହୁଆହାଯାଇଛି।

Leave a Reply

Your email address will not be published. Required fields are marked *

Back to top button