ଜମ୍ମୁ-କଶ୍ମୀର : ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ସଫା

କୁଲ୍‌ଗାମ୍‌ : ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ରେ ଏନ୍‌କାଉଣ୍ଟର। ଭାରତୀୟ ସେନା ଗୁଳିରେ ଲଶ୍କର୍‌-ଏ-ତୈବା’ର ୫ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର କୁଲ୍‌ଗାମ୍‌ର ନେହାମା ଅନ୍ତର୍ଗତ ସାମ୍‌ନୋ ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆଜି ଡ୍ରୋନ୍‌ କ୍ୟାମେରାରେ ଠାବ କରାଯିବା ପରେ ଘଟଣାସ୍ଥଳରେ ପଡିଥିବା ଆତଙ୍କବାଦୀମାନଙ୍କ ଶବ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

କଶ୍ମୀର ଜୋନ୍‌ ପୋଲିସ କହିଛି ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ନିରାପତ୍ତା ବଳ ନେହାମା ଗାଁ’ରେ ତଲାସ ଅଭିଯାନ ଆରମ୍ଭ କରିଥିଲା ସେଠାରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେନାର ଜବାନଙ୍କ ଉପରକୁ ଗୁଳି ଚଳାଇବାରୁ ଏହାର ଜବାବ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button