ହକି ତାରକା ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବେ

ଭୁବନେଶ୍ଵର : ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧିଙ୍କ ନେତୃତ୍ୱ ମୋତେ ଆକର୍ଷିତ କରିଥିବାରୁ ମୁଁ କଂଗ୍ରେସରେ ଯୋଗ ଦେବି ବୋଲି ସ୍ଥିର କରିଛି।

ଖବର ଅନୁଯାୟୀ ପ୍ରବୋଧ ତିର୍କୀ ଆସନ୍ତାକାଲି ପିସିସି ସଭାପତିଙ୍କୁ ଭେଟିବେ। ଆସନ୍ତା ନିର୍ବାଚନରେ ପ୍ରବୋଧ ସୁନ୍ଦରଗଡ଼ର ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ଇଚ୍ଛା ରଖିଛନ୍ତି। ସେ କହିଛନ୍ତି ତଳସରା ଅଞ୍ଚଳର ସମସ୍ୟା ସଂପର୍କରେ ମୁଁ ଭଲ ଭାବେ ଅବଗତ ଅଛି। ଏହି ଅଞ୍ଚଳର ପିଲାମାନେ ପାଠପଢ଼ା ଛାଡ଼ି କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଏଠାରେ ଅନେକ ସମସ୍ୟା ରହିଛି। ଏହି ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା କରିବା ପାଇଁ ମୁଁ ଲକ୍ଷ୍ୟ ରଖିଥିବାରୁ ଚାକିରି ଛାଡ଼ି ଚାଲିଆସିଛି।

Leave a Reply

Your email address will not be published. Required fields are marked *

Back to top button