ଯୁବକଙ୍କୁ ତଣ୍ଟିକାଟି ହତ୍ୟା

ବରଗଡ଼ : ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି ଖେଳପଡ଼ିଆରୁ ମହମ୍ମଦ କାସିମ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ ମହମ୍ମଦ କାସିମ ବରଗଡ଼ ଡେମକଲୋନୀ ନିକଟ ଲେଦ ଗେରେଜରେ କାମ କରନ୍ତି। ଗତକାଲି କାମ କରିବାକୁ ଯାଇଥିଲେ ହେଁ ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ହେଲେ ପାଇନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଅମ୍ବାପାଲି ଖେଳପଡ଼ିଆରେ ପଡ଼ିଥିବା ଗ୍ରାମବାସୀ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button