ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ ଓ ବିଇଓ

ସୁନ୍ଦରଗଡ଼ : ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ। ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୫ ହଜାର ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ୨୦୧୦ରେ କୁତାବଗା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ ନାରାୟଣ ବାଘ। ସେହି ସମୟରେ ସେ ୨୫ ଶହ ଟଙ୍କାର ୟୁସି ଦେବାରେ ବିଳମ୍ବ କରିଥିବାରୁ ଏହାକୁ କାର୍ଯ୍ୟରେ ଅବହେଳା ଦର୍ଶାଇ ୫୦ ହଜାର ଟଙ୍କା ନ ଦେଲେ ସସ୍‌ପେଣ୍ଡ କରିବାକୁ ବିଇଓ ସୁରେନ୍ଦ୍ର ସାହୁ ଧମକ ଦେଇଥିଲେ। କିଛିଦିନ ପୂର୍ବେ ନାରାୟଣ ୧୫ ହଜାର ଟଙ୍କା ଦେଇଥିଲେ। ବାକି ୩୫ ହଜାର ତୁରନ୍ତ ଦେବାକୁ ବିଇଓ ଚାପ ପକାଇବାରୁ ସେ ବାଧ୍ୟହୋଇ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ କିରାଣୀ ବିରଞ୍ଚି ନାରାୟଣଙ୍କଠାରୁ ୩୫ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ସହିତ ସୁରେନ୍ଦ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button