ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଜାରି

ଭୁବନେଶ୍ଵର : ଟିକସ ଫାଙ୍କିବା ଅଭିଯୋଗରେ ବୁଧବାର ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ଚଢ଼ଉ ଚାରି ରଖିଛି। ବିଭାଗର ୭ଟି ଟିମ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅଧିକାରୀମାନେ ଡିଏନ୍ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା କରୁଛନ୍ତି। ଆଜି ତୃତୀୟ ଦିନରେ ଜବତ କାଗଜପତ୍ର ଛାନଭିନ୍ ଓ ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସରେ ପଚରାଉଚରା ଚାଲିଛି। ତେବେ ଡିଏନ୍ ଗ୍ରୁପ କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ତଦନ୍ତକାରୀ ଟିମ ସ୍ପଷ୍ଟ କରିନି।

ଖବର ଅନୁଯାୟୀ ସଂସ୍ଥାର ଭୁବନେଶ୍ଵର ନୂଆପଲ୍ଲୀ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ଘଟଣା ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *

Back to top button