ସିଏମସି କାଉନସିଲ ବୈଠକରେ ହୋହଲ୍ଲା : ବିରୋଧୀ କର୍ପୋରେଟର ଧାରଣାରେ ବସିଲେ

କଟକ : ନିର୍ଦ୍ଦିଷ୍ଟ ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବାକୁ ନେଇ ସିଏମସି କାଉନସିଲ ବୈଠକରେ ହୋ ହଲ୍ଲା। ତୁମ୍ବି ତୋଫାନ। ଧାରଣାରେ ବସିଲେ ବିରୋଧୀ କର୍ପୋରେଟର। ଗତ କାଉନସିଲ ବୈଠକରେ ମଧ୍ୟ ଟେଣ୍ଡର ପ୍ରସଙ୍ଗ ଉଠାଇ ବିରୋଧୀ ନାରାବାଜି କରିଥିଲେ।

ଖବର ଅନୁଯାୟୀ ବିରୋଧୀ ଅଭିଯୋଗ କରିଥିଲେ ସିଏମସିର ଜଣେ ଅଧିକାରୀ ବେଆଇନ ଭାବେ ନିଜ ପରିବାରର ସଂସ୍ଥା ସ୍ଵର୍ଣଦେବୀକୁ ଟେଣ୍ଡର ଆଲଟ କରିଛନ୍ତି। ଏହାକୁ ନେଇ ସିଏମସି କମିସନର ଓ ମେୟର ରୁଲିଂ ଦେଇଥିଲେ ଏହି ସଂସ୍ଥାକୁ ଦିଆଯାଇଥିବା କାର୍ଯ୍ୟ ସ୍ଥଗିତ ରଖାଯାଉ। ହେଲେ ଏହା କେବଳ କାଗଜ କଲମରେ ସୀମିତ ରହିଛି। ବିରୋଧୀ କର୍ପୋରେଟରମାନେ କହିଛନ୍ତି ସିଏମସିରେ ବ୍ୟାପକ ଭାବରେ ଦୁର୍ନୀତି ହେଉଛି।

ବିରୋଧି କର୍ପୋରେଟର ସନ୍ତୋଷ ଭୋଳ ଅଭିଯୋଗ କରିଛନ୍ତି ନେତାଜୀ ବସ ଟର୍ମିନାଲରେ ଆହାର କେନ୍ଦ୍ର ନିର୍ମାଣ ନାଁରେ ୫ କୋଟି ଟଙ୍କା ଖର୍ଚ୍ଚ ଦେଖାଇ ସିଏମସି ଦୁର୍ନୀତିର ଗନ୍ତାଘର ପାଲଟିଛି। ମେୟର ସୁବାଷ ସିଂହ କହିଛନ୍ତି ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିବା ବିରୋଧୀଙ୍କ ଅଧିକାର ରହିଛି। କଟକର ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଯେତିକି ଟଙ୍କା ଆୟବ୍ୟୟ ହେଉଛି ତାହା ସରକାରଙ୍କୁ ମଧ୍ୟ ଅବଗତ କରାଯାଉଛି। ତେଣୁ ଏଥିରେ କୌଣସି ପକ୍ଷପାତିତା ନାହିଁ। ତେଣୁ ସିଏମସି କଟକକୁ ନୂଆ ରୂପ ଦେବା ପାଇଁ ତତ୍ପର ଅଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button