ପୂଜା ହେଗଡେଙ୍କ ବିବାହକୁ ନେଇ ଚର୍ଚ୍ଚା

ମୁମ୍ବାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡକୁ ଆସିଥିବା ପୂଜା ହେଗଡେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ଏବେ ଚର୍ଚ୍ଚା ହେଉଛି ପୂଜା ମୁମ୍ବାଇର ଜଣେ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେଲେ ଏନେଇ କୌଣସି ଘୋଷଣା କରାଯାଇନାହିଁ।

ଖବର ଅନୁଯାୟୀ ପୂଜାଙ୍କ ନାମ ଜଣେ କ୍ରିକେଟରଙ୍କ ସହ ଯୋଡି ଯାଇଛି। ଏହାପୂର୍ବରୁ ପୂଜା ହେଗଡେ କର୍ଣ୍ଣାଟକର ଜଣେ କ୍ରିକେଟରଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବୋଲି କଥା ଉଠିଥିଲା। ତେବେ ଏସବୁ ଚର୍ଚ୍ଚାକୁ ଗୁଜବ ବୋଲି କହିଥିଲେ ପୂଜା। ସେହିପରି ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରିଲିଜ ସମୟରେ ସଲମାନ ଖାନ ଓ ପୂଜା ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ପରେ ପୂଜା କିମ୍ବା ସଲମାନ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଫଳରେ ଚର୍ଚ୍ଚା ବନ୍ଦ ହୋଇଯାଇଥିଲା।

ସୂଚନାଯୋଗ୍ୟ ପୂଜା ୨୦୧୪ରେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ସହ ଫିଲ୍ମ ମୋହେଞ୍ଜୋଦାରୋରେ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସେ ତାଙ୍କ କାମରେ ବହୁତ ବ୍ୟସ୍ତ। ନିକଟରେ ଗଣେଶ ପୂଜାର ସେଲିବ୍ରେସନ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ପୂଜା ନାଗା ଚୈତନ୍ୟଙ୍କ ବିପକ୍ଷରେ ଅଭିନୟ କରି ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ୱାର୍କଫ୍ରଣ୍ଟ ସମ୍ପର୍କରେ କହିବାକୁ ଗଲେ ପୂଜାଙ୍କର ଶେଷ କିଛି ଚଳଚ୍ଚିତ୍ର କ୍ରମାଗତ ଫ୍ଲପ୍ ହୋଇଆସୁଥିବା ବେଳେ ଗତ କିଛିଦିନ ହେବ ସେ ମହେଶ ବାବୁଙ୍କ ସହ ଫିଲ୍ମ ସାଇନ୍‌ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button