ପ୍ରଧାନମନ୍ତ୍ରୀ ଚୀନ ଶବ୍ଦ ପାଟିରେ ଧରିବାକୁ ଭୟ କରୁଛନ୍ତି : କେଜ୍ରିୱାଲ୍

ନୂଆଦିଲ୍ଲୀ : ଚୀନ୍ ଗତ ୯ ବର୍ଷ ଧରି ଭାରତକୁ ଆଖି ଦେଖାଉଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ନୀରବ। ତାଙ୍କ ପାଟିରୁ ଚୀନ ଶବ୍ଦ ବାହାରୁ ନାହିଁ। ସେ ଚୀନ ନାଁ ଧରିବାକୁ ଭୟ କରୁଛନ୍ତି ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଖବର ଅନୁଯାୟୀ ଚୀନ୍ ପ୍ରସଙ୍ଗରେ ଶ୍ରୀ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୧୯ ଅକ୍ଟୋବରରେ ଚୀନ୍ ରାଷ୍ଟ୍ରପତି ଭାରତ ଆସିଥିଲେ। ତାମିଲନାଡୁ ମହାବଳେଶ୍ୱରରେ ଥିବା ଏକ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ହାତ ମିଳାଇ ଚାଲିଥିଲେ। ଏହାର ଫଟୋ ମଧ୍ୟ ଉଠାଯାଇଥିଲା। ହେଲେ ୨୦୨୦ ଜୁନ୍ ୧୫ ତାରିଖରେ ଚୀନ୍ ସେନା ଗଲୱାନ ଉପତ୍ୟକାରେ ଆମ ସୈନିକଙ୍କ ଉପରେ ଆକ୍ରମଣ କରି ୨୦ ଜଣଙ୍କୁ ହତ୍ୟା କରିଥିଲା।

ସେ କହିଲେ ଏହି ଲୋକମାନେ (ବିଜେପି) ଜବାହରଲାଲ ନେହେରୁଙ୍କୁ ଗାଳି ଗୁଲଜ କରୁଛନ୍ତି। ଅନ୍ତତଃ ନେହେରୁ ଆଖିରେ ଆଖି ରଖି ଚୀନ୍ ସହ ଯୁଦ୍ଧ ଲଢ଼ିଥିଲେ। ସେମାନେ ସିଧାସଳଖ ଆତ୍ମସମର୍ପଣ କରିଛନ୍ତି। ଚୀନ୍ ଆମ ଉପରେ ଆକ୍ରମଣ କରି ଆମର ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଛଡ଼ାଇ ନେଇଥିଲା। ବିଜେପି ଏହାକୁ ଫେରାଇ ଆଣିବା ବଦଳରେ ଚୀନକୁ ପୁରସ୍କାର ଦେଇଥିଲା ବୋଲି କେଜ୍ରିୱାଲ୍ ଆରୋପ ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button