୨୫ଟି ୱେବସାଇଟ୍‌ ଓ ଆକାଉଣ୍ଟକୁ ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ୨୫ଟି ଭିନ୍ନ ଭିନ୍ନ ୱେବସାଇଟ, ଆକାଉଣ୍ଟ ଓ ପେଜ୍‌କୁ ବନ୍ଦ କରିବାକୁ ଗୁଗଲ ଓ ଫେସବୁକ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୱେବସାଇଟ୍‌ ଗୁଡ଼ିକ ଜାତୀୟ ଗଣମାଧ୍ୟମ ଆଜତକର ଟ୍ରେଡ୍‌ ମାର୍କ ନିୟମକୁ ଉଲ୍ଲଙ୍ଘନ କରିବା ସହିତ ଗ୍ରାହକମାନଙ୍କୁ ଆଜତକ ସହ ଜଡ଼ିତ ବୋଲି କହି ଭ୍ରମିତ କରୁଥିଲେ। ସେମାନେ ଆଜତକର ନାଁକୁ ବ୍ୟବହାର କରିଥିବାରୁ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚର ବିଚାରପତି ଜଷ୍ଟିସ ସୁରେଶ କୁମାର କୈତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ସମସ୍ତ ବ୍ଲକ ହୋଇଥିବା ୱେବସାଇଟ କର୍ତ୍ତୃପକ୍ଷ, ଗୁଗଲ, ଫେସବୁକ ଓ ଅନ୍ୟ ଡୋମେନ ଅଧିକାରୀମାନଙ୍କୁ ନୋଟିସ କରିଛନ୍ତି। ପୂରା ଘଟଣା ଉପରେ ସମସ୍ତେ ଅକ୍ଟୋବର ୩ୟ ସପ୍ତାହ ସୁଦ୍ଧା ଜବାବ ଦାଖଲ କରିବେ। ବ୍ଲକ କରିବା ପାଇଁ ନିର୍ଦ୍ଦେଶ ରହିଥିବା ୱେବସାଇଟ/ ପେଜ୍‌ ମଧ୍ୟରେ ଆଜତକ ଲାଇଭ, ଆଜତକ ଇଣ୍ଡିଆ ନ୍ୟୁଜ ଓ ଇ-ଆଜତକ ଭଳି ସଂସ୍ଥା ରହିଛି। ସୂଚନାଯୋଗ୍ୟ ୨୦୨୦ ସେପ୍ଟେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ୪ଟି ୱେବସାଇଟ ବିରୋଧରେ ସମାନ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button