ପ୍ରେମ ଜାଲରେ ଫସାଇ ଲୁଟୁଥିବା ଯୁବତୀ ଗିରଫ

ଭୁବନେଶ୍ୱର : ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ ଜରିଆରେ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିବା ଯୁବତୀ ଗିରଫ। ତାଙ୍କ ନାଁ ପ୍ରିୟଙ୍କା ପ୍ରିୟଦର୍ଶୀନି ପରିଡ଼ା। ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରର ନାଚୁଣୀ ଅଞ୍ଚଳରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ପ୍ରିୟଙ୍କା ଫେସ୍‌ବୁକ୍ ଓ ହ୍ୱାଟ୍ସଆପ୍‌ରେ ଅନେକ ନକଲି ଆକାଉଣ୍ଟ ଖୋଲି ଅନ୍ୟ ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଦେଇ ଭିନ୍ନ ଭିନ୍ନ ରଖୁଥିଲେ। ନିଜକୁ ଡାକ୍ତର ଓ ଆଇଟି ପ୍ରଫେସ୍‌ନାଲ୍ ଭାବେ ଦେଉଥିଲେ ପରିଚୟ। ଏପରିକି କେଉଁ ଆକାଉଣ୍ଟରେ ବ୍ୟୁଟିସିଆନ୍ ବୋଲି ଦର୍ଶାଇ ଯୁବକମାନଙ୍କୁ ପ୍ରେମ ନିବେଦନ କରୁଥିଲେ। ତାଙ୍କ ପ୍ରେମ ଜାଲରେ ଫସିଥିଲେ ୧୦ରୁ ଅଧିକ ଯୁବକ। ଯେଉଁମାନେ ତାଙ୍କ ଜାଲରେ ପଡୁଥିଲେ ସେମାନଙ୍କ ଠାରୁ ବିଭିନ୍ନ ପ୍ରକାରର ବାହାନା କରି ଟଙ୍କା ଲୁଟୁ ଥିଲେ। ଏହିପରି ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିବା ପରେ ପ୍ରିୟଙ୍କା ଆକାଉଣ୍ଟ ବନ୍ଦ କରି ଦେଉଥିଲା। କେହି ଭିଡିଓ କଲ୍‌ କଲେ ଫୋନ୍ ଉଠାଉ ନଥିଲେ।

ନିଜକୁ ଡାକ୍ତରୀ ଛାତ୍ରୀ ଆଦ୍ୟାଶା ସାମନ୍ତରାୟ ପରିଚୟ ଦେଇ ଜଣେ ଯୁବକଙ୍କୁ ବିଭିନ୍ନ କଥା କହି ସାଢ଼େ ୬ ଲକ୍ଷ ଟଙ୍କା ଲୁଟିଥିଲେ ପ୍ରିୟଙ୍କା। ତେବେ ଯୁବକଙ୍କର ସନ୍ଦେହ ହୋଇଥିଲା। ସେ ଖୋଳତାଡ଼ କରିବା ପରେ ପ୍ରିୟଙ୍କାଙ୍କ ପ୍ରକୃତ ପରିଚୟ ଜଣାପଡିବା ସହିତ ଅନ୍ୟମାନଙ୍କୁ ସମାନ ଢଙ୍ଗରେ ସେ ଲୁଟିଥିବା ଜାଣି ଯୁବକ ଜଣଙ୍କ ଜାଣି ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆବଶ୍ୟକ ହେଲେ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ପୋଲିସ କହିଥିବା ବେଳେ ଯୁବତୀଙ୍କ ଦ୍ୱାରା ଲୁଟ୍‌ର ଶିକାର ହୋଇଥିବା ଅନ୍ୟ ଯୁବକମାନଙ୍କୁ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *

Back to top button