ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ଵର : ଜି ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ। ସେ ନାମାଙ୍କନ ଦାଖଲ କରିଛନ୍ତି।

ଖବର ଅନୁଯାୟୀ ସାଲୁଗା ପ୍ରଧାନ ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ନାଁ ଘୋଷଣା କରି ବିଜେଡି ଆଦିବାସୀ କାର୍ଡ ଖେଳିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସାଲୁଗା ପ୍ରଧାନ କହିଛନ୍ତି ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ରହିଛ। କାରଣ ମୁଁ ୨, ୨ ଥରର ବିଧାୟକ। ଦଳର ସଭାପତି ମୋ’ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି। ସୂଚନାଯୋଗ୍ୟ ରଜନୀକାନ୍ତ ସିଂହ ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଆଜି ବିଜେଡି ତରଫରୁ ସାଲୁଗା ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *

Back to top button