ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପରେ ସଚିବ ବଦଳିଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରିମଣ୍ଡଳରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିଦା କରିବା ପରେ ସଚିବଙ୍କର ମଧ୍ୟ ବଦଳି ହୋଇଛି। ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି (ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଆଇଏଏସ୍‌ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ଵ ଦିଆଯାଇଛି। ଅର୍ଥ ସଚିବ ବିଶାଳ ଦେବଙ୍କୁ ମିଳିଛି ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ।

Leave a Reply

Your email address will not be published. Required fields are marked *

Back to top button