ଅନ୍ୟା ସାହିତ୍ୟ ଆସରରେ ଡ. ଦ୍ୱାରିକାନାଥ ନାୟକଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ ବିଶିଷ୍ଟ ସାହିତ୍ୟିକ ଡ. ଦ୍ୱାରିକାନାଥ ନାୟକଙ୍କୁ ଅନ୍ୟା ସାହିତ୍ୟ ଆସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଶନିବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଅନ୍ୟା ସାହିତ୍ୟ ଆସରରେ କବି ସଚ୍ଚି ରାଉତରାୟଙ୍କ ଜୟନ୍ତୀ ଉପଲକ୍ଷେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। କବି ସାହିତ୍ୟିକ ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ଡ. ମୀନକେତନ ପାଠୀ,ଡ. ଶ୍ୟାମସୁନ୍ଦର ଧର ଅତିଥି ଭାବରେ ଯୋଗଦେଇଥିବା ବେଳେ ଡ. ଗୌରିଦାସ ପ୍ରଧାନ ସଭା ସଂଯୋଜନା କରିଥିଲେ। ପ୍ରଫେସର ଗିରିଜା ଶଙ୍କର ଶର୍ମା, ଦୁର୍ଗାପ୍ରସାଦ ପଣ୍ଡା, ସରୋଜ, ସାବିତ୍ରୀ ପୁରୋହିତ, ପ୍ରୀତିନନ୍ଦା ପାଣିଗ୍ରାହୀ, ପଙ୍କଜିନୀ ନାୟକ, ମୋହିନୀ ହୋତା,ଡ. ଗୋବିନ୍ଦ ମହାରଣା, ରମେଶ ଚନ୍ଦ୍ର ମିର୍ଦ୍ଧା, ବୃନ୍ଦାବନ ମିଶ୍ର, ଡ. ସତ୍ୟ ନାରାୟଣ ଠାକୁର, ଦେବାର୍ଚ୍ଚନ ଠାକୁର, ତଫିଜୁଲ୍‌ ହୁସେନ, କମଳ ଲୋଚନ ପଣ୍ଡା ପ୍ରମୁଖ କବି କବୟିତ୍ରୀମାନେ କବିତା ପାଠ କରିଥିଲେ। ଡ. ନାୟକଙ୍କୁ ସମ୍ବର୍ଦ୍ଧିତ କରି ଓଡିଶା ସାହିତ୍ୟ ଏକାଡେମୀ ଧନ୍ୟ ହୋଇଛି ବୋଲି ସଭାରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ଡ. ନାୟକ ତାଙ୍କ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ନିଜକୁ ଜଣେ ନାଟୁଆ ଭାବରେ ଅବିହିତ କରି ସାହିତ୍ୟ ପ୍ରତି ତାଙ୍କ ଅଭିଋଚି ଓ ତାଙ୍କ ସାହିତ୍ୟ ସୃଷ୍ଟି ଗୁଡିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଶେଷରେ ଡ. ସିଦ୍ଧାର୍ଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button