ମୋ ବସ୍‌-କାର୍‌ ଧକ୍କା, ଜଣେ ମୃତ, ୫ ଗୁରୁତର

ପୁରୀ : କୋଣାର୍କ ବାଲିଘାଇ ନିକଟରେ ମୋ ବସ୍-କାର ଧକ୍କା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରୀରୁ କଟକ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ଆଜି ସକାଳେ ଏକ ମୋ ବସ୍‌ ପୁରୀରୁ କୋଣାର୍କ ଯାଉଥିଲା। ବସ୍‌ରେ ୭ ଜଣ ଥିଲେ। ଏହି ସମୟରେ ଚନ୍ଦ୍ରଭାଗାରୁ ପୁରୀ ଅଭିମୁଖେ ଆସୁଥିବା କାର୍‌ ସହିତ ଡିଫେନ୍ସ ରୋଡରେ ମୁହାଁମୁହିଁ ଧକ୍କା ହେବାରୁ ବସ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା। ଉଭୟ ଗାଡ଼ିର ସମ୍ମୁଖ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏହି ଦୁର୍ଘଟଣାରେ କାର୍‌ରେ ଥିବା ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ବସ୍‌ ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।

Leave a Reply

Your email address will not be published. Required fields are marked *

Back to top button