ବିଦ୍ୟୁତଚାଳିତ ଗାଡ଼ି କିଣିଲେ ସରକାର ଦେବେ ପ୍ରୋତ୍ସାହନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟୁତଚାଳିତ ଯାନ କିଣୁଥିବା ଗ୍ରାହକଙ୍କୁ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏଥିପାଇଁ ‘ବୈଦ୍ୟୁତିକ ଯାନ ପାଣ୍ଠି’ ଗଠନ ନିମନ୍ତେ ନିଷ୍ପତ୍ତି ହୋଇଛି।

ଖବର ଅନୁଯାୟୀ ବିଦ୍ୟୁତଚାଳିତ ଦୁଇଚକିଆ ଗାଡ଼ି କିଣିଲେ ଗ୍ରାହକଙ୍କୁ ମିଳିବ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅର୍ଥାତ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତପ୍ରୋତ୍ସାହନ। ସେହିପରି ୩ଚକିଆ ଗାଡ଼ି ପାଇଁ (୧୫ ପ୍ରତିଶତ) ୧୦ହଜାର, ଚାରିଚକିଆରେ (୧୫ ପ୍ରତିଶତ) ୫୦ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ। ବସ୍ କିଣିଲେ (୧୦ ପ୍ରତିଶତ) ୪ ଲକ୍ଷ ଓ ବିଦ୍ୟୁତଚାଳିତ ମାଲବାହୀ ଗାଡ଼ି ପାଇଁ ୩୦ହଜାର ଟଙ୍କା ପ୍ରୋତ୍ସାହନ ମିଳିବ। ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ବୈଦ୍ୟୁତିକ ଗାଡ଼ି କିଣିବାକୁ ଋଣ କରିବେ ତେବେ ସେହି ଋଣ ଉପରେ ୫ପ୍ରତିଶତ ସୁଧ ସରକାର ଛାଡ଼ କରିବେ।

ଏହାବ୍ୟତୀତ ୪ବର୍ଷ ପାଇଁ ସବୁବର୍ଗର ବିଦ୍ୟୁତଚାଳିତ ଯାନର ପଞ୍ଜିକରଣ ଓ ମୋଟର ଯାନ ଟିକସ ଦେୟ ଛାଡ଼ କରାଯିବ। ବିଦ୍ୟୁତଚାଳିତ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକର ଶତପ୍ରତିଶତ ଏସଜିଏସଟି ଛାଡ଼ ହେବ। ଏମଏସଏମଇ ନୀତି-୨୦୧୬ ଅନୁସାରେ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗୀଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ଉଦ୍ୟୋଗୀଙ୍କ ନିମନ୍ତେ ବ୍ୟାଟେରୀ ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁସାରେ ସମସ୍ତ ସୁବିଧା ଉପଲବ୍ଧ ହେବ। ବିଭିନ୍ନ ସହରଗୁଡ଼ିକରେ ବିଦ୍ୟୁତଚାଳିତ ଯାନ ନିମନ୍ତେ ରହିଥିବା ପାର୍କିଂ ଫି’ରେ ମିଳିବ ରିହାତି। ଏସବୁଗାଡ଼ିର ବ୍ୟାଟେରୀ ଚାର୍ଜିଂ ନିମନ୍ତେ ଚାର୍ଜିଂ ଷ୍ଟେସନଗୁଡ଼ିକର ବିଦ୍ୟୁତ ଶୁଳ୍କରେ ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button